ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19ରେ ପ୍ରାଣ ହରାଇଥିବା ଶ୍ରମଜୀବୀଙ୍କ ପରିବାରବର୍ଗଙ୍କ ପାଇଁ ବୃହତ ସାମାଜିକ ସୁରକ୍ଷା ସହାୟତା ଘୋଷଣା
କୋଭିଡ-19 ମହାମାରୀ କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଶ୍ରମଜୀବୀମାନେ ସେମାନଙ୍କ ପରିବାରବର୍ଗଙ୍କ ସୁରକ୍ଷା ପାଇଁ ଭୟ ଓ ଆଶଙ୍କାରେ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଇଏସଆଇସି ଓ ଇପିଏଫଓ ଯୋଜନା ଜରିଆରେ ଶ୍ରମଜୀବୀମାନଙ୍କ ଲାଗି ଅତିରିକ୍ତ ଲାଭ ଯୋଜନା ଘୋଷଣା କରାଯାଇଛି। ନିଯୁକ୍ତିଦାତାଙ୍କ ଉପରେ କୌଣସି ଅତିରିକ୍ତ ଖର୍ଚ୍ଚର ଚାପ ବିନା ଶ୍ରମଜୀବୀମାନଙ୍କୁ ପରିବର୍ଦ୍ଧିତ ସାମାଜିକ ସୁରକ୍ଷାର ସୁବିଧା ଯୋଗାଇ ଦିଆଯିବ। ବର୍ତ୍ତମାନ ଇଏସଆଇସି ଅନ୍ତର୍ଗତ ବୀମାଭୁକ୍ତ ବ୍ୟକ୍ତି (ଆଇପି)ଙ୍କର ମୃତ୍ୟୁ କିମ୍ବା କାର୍ଯ୍ୟରତ ସମୟରେ ଆଘାତ ପ୍ରାପ୍ତ ହୋଇ ଅକ୍ଷମ ହୋଇଗଲେ ଶ୍ରମଜୀବୀଙ୍କ ହାରାହାରୀ ଦୈନିକ ମଜୁରିର 90 ପ୍ରତିଶତ ସହ ସମାନ ପେନସନ ରାଶି ପତି କିମ୍ବା ପତ୍ନୀ ଓ ବିଧବା ମା’ଙ୍କୁ ସାରା ଜୀବନ ପାଇଁ ମିଳିଥାଏ। ସେହିପରି ପିଲାମାନେ 25 ବର୍ଷ ବୟସର ହେବା ପର୍ଯ୍ୟନ୍ତ ଏହି ସହାୟତା ପାଇଥାନ୍ତି। ଅନ୍ୟପଟେ, ଝିଅଙ୍କ ପାଇଁ ସେମାନଙ୍କର ବିବାହ ପର୍ଯ୍ୟନ୍ତ ସହାୟତା ମିଳିଥାଏ। ଇଏସଆଇସି ଯୋଜନା ଅନ୍ତର୍ଗତ ବୀମାଭୁକ୍ତ ପରିବାରବର୍ଗଙ୍କ ସହାୟତା କରିବା ଲାଗି, ଆଇପି ପରିବାରର ସମସ୍ତ ଆଶ୍ରିତ ସଦସ୍ୟ, ଯେଉଁମାନେ କୋଭିଡ ମହାମାରୀରେ ଆକ୍ରାନ୍ତ ଏବଂ ଏହି ରୋଗ କାରଣରୁ ମୃତ୍ୟୁ ପୂର୍ବରୁ ଇଏସଆଇସିର ଅନଲାଇନ ପୋର୍ଟାଲରେ ପଞ୍ଜିକୃତ ହୋଇସାରିଛନ୍ତି, ସେମାନେ ମଧ୍ୟ କାର୍ଯ୍ୟ ସମୟରେ ମୃତ୍ୟୁବରଣ କରୁଥିବା ବୀମାଭୁକ୍ତ ବ୍ୟକ୍ତିଙ୍କ ଆଶ୍ରିତମାନଙ୍କୁ ମିଳୁଥିବା ଲାଭ ପାଇପାରିବେ । ସେମାନେ ଏହାକୁ ସେହି ସମାନ ସ୍ତରରେ ହିଁ ହାସଲ କରିବାକୁ ସକ୍ଷମ ହେବେ। ତେବେ ଏହା ନିମ୍ନଲିଖିତ ଯୋଗ୍ୟତା ସର୍ତ୍ତ ଅଧୀନରେ ହେବ: କ. ଆଇପିଙ୍କୁ ଇଏସଆଇସି ଅନଲାଇନ ପୋର୍ଟାଲରେ କୋଭିଡ ରୋଗରେ ଆକ୍ରାନ୍ତ ହେବା କିମ୍ବା ଏହି କାରଣରୁ ହେଉଥିବା ମୃତ୍ୟୁ ଠାରୁ ଅତିକମରେ ତିନି ମାସ ପୂର୍ବରୁ ପଞ୍ଜିକୃତ ହେବାକୁ ପଡ଼ିବ। ଖ. ବୀମାଭୁକ୍ତ ବ୍ୟକ୍ତି ନିଶ୍ଚିତ ଭାବେ ବେତନରେ ନିୟୋଜିତ ହେବା ଆବଶ୍ୟକ ଏବଂ ମୃତକ ବୀମାଭୁକ୍ତ ବ୍ୟକ୍ତିଙ୍କ ସନ୍ଦର୍ଭରେ କୋଭିଡ ରୋଗରେ ଆକ୍ରାନ୍ତ ହେବା, ଏବଂ ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲେ, ଏହାର ଠିକ ପୂର୍ବବର୍ତ୍ତୀ ଗୋଟିଏ ବର୍ଷ ସମୟରେ ସେ ଅତିକମରେ 78 ଦିନର ଯୋଗଦାନ ଦେଇଥିବା ଆବଶ୍ୟକ। ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା ବୀମାଭୁକ୍ତ ବ୍ୟକ୍ତି କୋଭିଡ ରୋଗ କାରଣରୁ ମୃତ୍ୟୁବରଣ କରିଥିଲେ ତାଙ୍କର ଆଶ୍ରିତ ନିଜର ଜୀବନକାଳ ସମୟରେ ବୀମାଭୁକ୍ତ ବ୍ୟକ୍ତିଙ୍କ ହାରାହାରୀ ଦୈନିକ ବେତନର 90 ପ୍ରତିଶତ ମାସିକ ପରିଶୋଧ ପ୍ରାପ୍ତ କରିବା ଲାଗି ହକଦାର ହୋଇପାରିବେ। ଏହି ଯୋଜନା 24.03.2020 ଠାରୁ ଦୁଇ ବର୍ଷର ଅବଧି ନିମନ୍ତେ ଲାଗୁ ହେବ। ଇପିଏଫଓର କର୍ମଚାରୀ ଜମା ସଂଯୁକ୍ତ ବୀମା ଯୋଜନା (ଇଡିଏଲଆଇ) ଅନ୍ତର୍ଗତ ଏହି ଯୋଜନାର ସଦସ୍ୟମାନଙ୍କର ମୃତ୍ୟୁ ହେବା କ୍ଷେତ୍ରରେ ତାଙ୍କ ପରିବାରର ସମସ୍ତ ଜୀବିତ ଆଶ୍ରିତ ସଦସ୍ୟମାନଙ୍କୁ ଇଡିଏଲଆଇର ଲାଭ ହାସଲ କରିବା ପାଇଁ ଯୋଗ୍ୟ ହୋଇପାରିବେ। ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ, କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ମିଳୁଥିବା ଲାଭକୁ ସମ୍ପ୍ରସାରିତ କରାଯାଇଛି। ଏବେ ଗ୍ରାଚ୍ୟୁଟିର ପରିଶୋଧ ପାଇଁ ସର୍ବନିମ୍ନ ସେବାର ଆବଶ୍ୟକତା ନାହିଁ। ପାରିବାରିକ ପେନସନର ପରିଶୋଧ ଇପିଏଫ ଏବଂ ଏମପି ଆଇନର ବ୍ୟବସ୍ଥା ଅନୁସାରେ କରାଯାଉଛି। କର୍ମଚାରୀ ରୋଗାକ୍ରାନ୍ତ ହେଲେ ଏବଂ କାର୍ଯ୍ୟାଳୟକୁ ଆସିନପାରିବା ସ୍ଥିତିର ବର୍ଷକୁ 91 ଦିନ ପାଇଁ ରୋଗର ଲାଭ ରୂପରେ ମୋଟ ମଜୁରିର 70 ପ୍ରତିଶତ ପରିଶୋଧ କରାଯିବ।ଵ୍ୟୁରୋ ରିପୋଟ୍ ନିୟୁଜ୍ ଓଡିଶା ଲାଇଭ୍ ।

Super
ReplyDelete