Posts

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19ରେ ପ୍ରାଣ ହରାଇଥିବା ଶ୍ରମଜୀବୀଙ୍କ ପରିବାରବର୍ଗଙ୍କ ପାଇଁ ବୃହତ ସାମାଜିକ ସୁରକ୍ଷା ସହାୟତା ଘୋଷଣା

Image
  କୋଭିଡ-19 ମହାମାରୀ କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଶ୍ରମଜୀବୀମାନେ ସେମାନଙ୍କ ପରିବାରବର୍ଗଙ୍କ ସୁରକ୍ଷା ପାଇଁ ଭୟ ଓ ଆଶଙ୍କାରେ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଇଏସଆଇସି ଓ ଇପିଏଫଓ ଯୋଜନା ଜରିଆରେ ଶ୍ରମଜୀବୀମାନଙ୍କ ଲାଗି ଅତିରିକ୍ତ ଲାଭ ଯୋଜନା ଘୋଷଣା କରାଯାଇଛି। ନିଯୁକ୍ତିଦାତାଙ୍କ ଉପରେ କୌଣସି ଅତିରିକ୍ତ ଖର୍ଚ୍ଚର ଚାପ ବିନା ଶ୍ରମଜୀବୀମାନଙ୍କୁ ପରିବର୍ଦ୍ଧିତ ସାମାଜିକ ସୁରକ୍ଷାର ସୁବିଧା ଯୋଗାଇ ଦିଆଯିବ। ବର୍ତ୍ତମାନ ଇଏସଆଇସି ଅନ୍ତର୍ଗତ ବୀମାଭୁକ୍ତ ବ୍ୟକ୍ତି (ଆଇପି)ଙ୍କର ମୃତ୍ୟୁ କିମ୍ବା କାର୍ଯ୍ୟରତ ସମୟରେ ଆଘାତ ପ୍ରାପ୍ତ ହୋଇ ଅକ୍ଷମ ହୋଇଗଲେ ଶ୍ରମଜୀବୀଙ୍କ ହାରାହାରୀ ଦୈନିକ ମଜୁରିର 90 ପ୍ରତିଶତ ସହ ସମାନ ପେନସନ ରାଶି ପତି କିମ୍ବା ପତ୍ନୀ ଓ ବିଧବା ମା’ଙ୍କୁ ସାରା ଜୀବନ ପାଇଁ ମିଳିଥାଏ। ସେହିପରି ପିଲାମାନେ 25 ବର୍ଷ ବୟସର ହେବା ପର୍ଯ୍ୟନ୍ତ ଏହି ସହାୟତା ପାଇଥାନ୍ତି। ଅନ୍ୟପଟେ, ଝିଅଙ୍କ ପାଇଁ ସେମାନଙ୍କର ବିବାହ ପର୍ଯ୍ୟନ୍ତ ସହାୟତା ମିଳିଥାଏ। ଇଏସଆଇସି ଯୋଜନା ଅନ୍ତର୍ଗତ ବୀମାଭୁକ୍ତ ପରିବାରବର୍ଗଙ୍କ ସହାୟତା କରିବା ଲାଗି, ଆଇପି ପରିବାରର ସମସ୍ତ ଆଶ୍ରିତ ସଦସ୍ୟ, ଯେଉଁମାନେ କୋଭିଡ ମହାମାରୀରେ ଆକ୍ରାନ୍ତ ଏବଂ ଏହି ରୋଗ କାରଣରୁ ମୃତ୍ୟୁ ପୂର୍ବରୁ ଇଏସଆଇସିର ଅନଲାଇନ ପୋର୍ଟାଲରେ ପଞ୍ଜିକୃତ ହୋଇସାରିଛନ୍ତି, ସେମାନେ ମଧ୍ୟ କାର୍ଯ୍ୟ ସମୟରେ ମୃତ୍ୟୁବ...

ଅସହାୟ ନରେନ୍ଦ୍ର ଅର୍ଥ ସାଜିଛି ବାଧକ. ସରକାରୀ ସାହାଯ୍ୟ କୁ ଅପେକ୍ଷା.

Image
ପୁରୀ :ସତ୍ୟବାଦୀ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ମଠସାହି ଗ୍ରାମର ନରେନ୍ଦ୍ର ବାରିକ ବୟସ 47. ମୁଲ ମଜୁରୀ ଲାଗି ପରିବାର ଚଳେ. ସାଙ୍ଗରେ ରହିଛନ୍ତି ୨ ପୁଅ ବିଶ୍ଵରଞ୍ଜନ 21, ସାନପୁଅ ସୌମ୍ୟରଞ୍ଜନ 18, ଓ ପତ୍ନୀ ବାସନ୍ତୀ ବାରିକ, ନରେନ୍ଦ୍ର ଙ୍କ ହଟାତ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତାପରେ ଭୁବନେଶ୍ୱର କ୍ୟାପିଟାଲ ଡାକ୍ତରଖାନା, କଟକ ଓ ପରେ ଏମ୍ସ ହସ୍ପିଟାଲ କୁନେଇଥିଲେ.ସେଠାରେ ତାଙ୍କୁ ତାଙ୍କୁ ଡାକ୍ତର ଯକୃତ କର୍କଟ ରୋଗ ବୋଲି ଜଣାଇଥିଲେ. ଏବଂ ତାଙ୍କର ଚିକିତ୍ସା ପାଇଁ ପ୍ରାୟତଃ 50 ହଜାରଟଙ୍କା ଆର୍ଥିକ ରାଶି ଖର୍ଚ୍ଚ ହୋଇଥିଲା. ଘର ପତ୍ନୀ ବାସନ୍ତୀ ଧାର କରଜ କରି କିଛି ଟଙ୍କା ଯୋଗାଡ଼ କରିଥିଲେ. ହେଲା ମୁଲ ମଜୁରୀ ଲାଗି ରୋଜଗାର କରୁଥିବା ନରେନ୍ଦ୍ର କୋଉଠୁ ବା ଏତେଟଙ୍କା ଆଣିବେ. ଶେଷରେ ରେ ଅସହାୟ ହୋଇ ଘରେ ପଡିରହିଛନ୍ତି, ୨ ଓଳା ୨ ମୁଠା ଖାଇବା କଷ୍ଟକର. କେଉଁଠୁ ପଇସା ଆଣିବେ ଯେ ଚିକିତ୍ସା କରାଇବେ, ଦୁଃଖ ରେ ଭାଙ୍ଗିପାଡ଼ିଛନ୍ତି ନରେନ୍ଦ୍ର ଙ୍କ ପତ୍ନୀ ବାସନ୍ତୀ ଯଦି କୌଣସି ସହୃଦୟ ବ୍ୟକ୍ତି ବା ସରକାରୀ ସାହାଯ୍ୟ ମିଳିପାରନ୍ତା ତାହେଲେ ହୁଏତ ଔଷଧ କିଛି କିଣି ଖାଇପାରନ୍ତେ ସେ ଏପଟେ ପରିବାର ର ଚିନ୍ତା କେମିତି ବଞ୍ଚିବେ ଏମାନେ ତେଣୁ ସରକାରୀ ସାହାଯ୍ୟ କୁ ଅପେକ୍ଷା କେବେ ମିଳିବ ସହାୟତା ଏ ଅସହାୟ ପରିବାର କୁ ତାହା କେବଳ ଅପେକ୍ଷା ରେ ।ପୁରୀ ସତ୍ୟଵାଦୀ ରୁ ଵ୍ୟୁର...